ରାତି ଅନେକ ହେଲାଣି | ୧:୩୦ ହବ | ଛୋଟ ପିଲାଟି ଏ ଯାଏଁ ଶୋଈ ନାହିଁ | ଶୋଇବ ବା କେମିତି | ଅଭ୍ୟାସ ହେଇ ଗଲାଣି ରାତି ଯାଏଁ ବସି ୟୂ-ଟ୍ୟୁବ ଚଳେଇ ତା ଗୀତ ସବୁ ଦେଖିବା | ସେ "ଡିଙ୍ଗ ଡଙ୍ଗ ବେଲ" ଠୁ ଆରମ୍ଭ କରି "ଝୁଲ ରେ ହାତୀ" ଯାଏଁ କିଛି ଛଡ଼ା ହଉନି ଆଉ | ବୟସ ଦୁଈ ପୂରିନି ପଛେ ସେ ସମସ୍ତଙ୍କ ଫୋନ ରେ ୟୂ-ଟ୍ୟୁବ କୋଉଠି ଅଛି, କେମିତି ଚଲେଇବ ଜାଣି ଦେଇଛି |
ମାମା ତା'ର ଅଫିସ କାମ ସାରି ଆସି ଘରେ କାମ ସାରି ଶୋଈବାକୁ ନେଲା ବେଳକୁ ଜୁ ଡିଆଁ କୁଦା ଆଉ ଖେଳ ପିଲାଟିର | ନ ପଚାରିଲେ ଭଲ | ଆଉ ମୁଁ ଯଦି ଘରେ ଅଛି ରାତିରେ ତ ଆହୁରି ଖେଳ | ଏମିତି ରେ ମାମା ତା'ର ଦିନେ ଶୋଇଲା ବେଳକୁ ଗୀତ ଲଗେଇ ଦେଲା କି ଦେଖିକି ଶୋ ମୋତେ ହଇରାଣ କରେନି | ସେ ରାତି ଟି ଚୋଟ ଧରିଲା ପରି ହେଲା ସାତ ରାତି | ଗୋଟେ ସପ୍ତାହ ରେ ହେଇ ଗଲା ଅଭ୍ୟାସ | ଏବେ ପ୍ରତିଦିନ କହୁଛି ଦେଖିକି ଶୋଇବି, ଯଦି ତୁମେ ତା ଖେଳ ବନ୍ଦ କରି ଶୁଆଇବାକୁ ନେଲ |
ସେ ଯାହା ହଉ, ଆଜି ପାପା କହିଲେ ତୁମେ ମାନେ ରାତି ଡେରି ଯାଏଁ ଚାହୁଁଚ | ତୁମକୁ ଦେଖି ସେ ବି ଆଇ. ଟି. ଢାଞ୍ଚା ରେ ପଡ଼ିଗଲାଣି | ଏଇ କଥା ଟା ଆଜି ପ୍ରଥମ ଥର ତ କହୁ ନାହାନ୍ତି, ପୂର୍ବରୁ ଅନେକ ଥର କହିଲେନି | ମୁଁ କହିଲି ହଉ, ମୋର ତ ଅଭ୍ୟାସ ଖରାପ ତୁମେ ଏବେ ଠୁ ଶୁଆଅ ପାଖେରେ | ତୁମେ ଦୁଇ ଜଣ ଜେଜେ ବାପା ଆଉ ନାତୁଣୀ ତ ଭଲ, ଦେଖିବା କେତେ ଜଲ୍ଦି ଶୋଇ ପଡ଼ୁଛ | ଏତିକି କହି ହସି ଦେଲି | ମୁଁ ବି ଜାଣିଛି ସେ ବି ଜାଣିଛନ୍ତି ଦୁଷ୍ଟ ଛୁଆ ଟା ଶୋଈ ବନି ଏତେ ଜଲ୍ଦି | କହିଲେ - ପ୍ରଥମରୁ ତ ଅଭ୍ୟାସ ଖରାପ କରି ଦେଇଛ! ମୁଁ କହିଲି ହଉ ହେଲା ଆଜି ଦଶହରା | ଆଜି ଠୁ ନୂଆ ଆରମ୍ଭ ଟିଏ କର ଦେଖିବା |
ଛୁଆ ଟି ଡିଆଁ ଡେଇଁ ସାରି ବାପା ଙ୍କ କୋଳରେ ଥାଏ | ସତେ ସବୁ ବୁଝିଲା ପରି କହିଲା - ଓକେ | ସମସ୍ତେ ହସିଲୁ | ସୀତୁ କୁ ଥଣ୍ଡା ଜୋର | ତ ସେ ବି ଚାହୁଁ ଥିଲା ଛୁଆ ଟି ଜେଜେ ବାପାଙ୍କ ପାଖେ ଶୋଉ, ନ ହେଲେ ଏବେ ଭଲ ହେଇ ଥିବା ଥଣ୍ଡା ଡେଇଁବ ପୁଣି | ସେ ପଳେଇଲା ଚୁପ କରି ଉପରକୁ | କୁନୁ ଦୁଇ ଦିନ ହେଲା ରାତି ରେ ମୋତେ ଟାଣି ୨ ଟା ୟାଏଁ ଖେଳୁଛି | ଆଜି କିନ୍ତୁ ସୁନା ପିଲା ପରି ବାପାଙ୍କ ସହ ଗଲା ଶୋଇବାକୁ | ମୁଁ ବତ୍ତୀ ସବୁ ବନ୍ଦ କରି ବସି କାମ ଚଳେଇଲି ମୋର | କାନ ଟିଏ ସେପଟକୁ ଡେରେଇ ଥାଏ | ଶୋଇ ପଡ଼ିଲେ ମୁଁ ବି ଯିବି ଶୋଇବାକୁ ବୋଲି | ସେ କାହିଁ ଶୋଇବ |
ପ୍ରଥମେ ବାପା-ମାଁ ଙ୍କ ଖଟ ଉପରକୁ ଯାଉ ଯାଉ କହିଲା "ରାଇମ ଦେଖିବି" | ତା ପରେ ଘଣ୍ଟେ ଯାଏଁ ଚାଲିଲା ବାପା ନାତୁଣୀଙ୍କର | ସେ ଗୀତ ଦେଖିବାକୁ, ବାପା ଫୋନଟିର ଆଲୋକ କମେଇଲା ବେଳକୁ ବି ହେଲାନି | ଏମିତି ଅନେକ ସମୟ ହେଲା ପରେ ମୁଁ ଧୀରେ କି ଯାଇ ଇଣ୍ଟରନେଟ ୱାଇ-ଫାଇ ଟିକି ବନ୍ଦ କରି ଦେଲି | ଭାବିଲି ଟିକେ କେଁ କାଁ ହବ ଶୋଇ ପଡ଼ିବ ତା ପରେ | କାନ୍ଦ ବି ହେଲା | ଜେଜେ ମା ବି ଉଠିକି କହିଲେ ମୋ ଫୋନ ରେ ଦେଖି ଦେ | ତାପରେ ବଡ଼ ଲୋକଙ୍କ ପରି ବସି ପ୍ରାର୍ଥନା କଲା - "ପ୍ଲିଜ ଲାଇନ ପଳେଇ ଆସେ" | :)
ହୃଦୟ ଟି ମୋର ତରଳି ଗଲା | ଆହାଃ କି ସରଳତା | ନିଷ୍ପାପ ଶିଶୁଟିର ଦୁନିଆ ର ସବୁଠୁ ବଡ଼ ଚିନ୍ତା ଠିକ ସମୟରେ ଲାଇନ ଟା ପଳେଇଚି କେମିତି ଆସିବ |
ମୁଁ ତ ଏବେ ବି ବେଳେ ବେଳେ ଏମିତି ଭାବେ | "ପ୍ଲିଜ ଲାଇନ ପଳେଇ ଆସେ" ନ ହେଲେ "ପ୍ଲିଜ ଇଣ୍ଟରନେଟ କଟେ ନି ପଳେଇ ଆସେ" | ଏବେ ଇଣ୍ଟରନେଟ ଅବଶ୍ୟ ଆଉ ଅସୁବିଧା ହଉନି ଆମ ପ୍ରିୟ ବି.ଏସ.ଏନ.ଏଲ କୁ ବନ୍ଦ କରି ଅନ୍ୟଟିଏ ଲଗେଇବା ଦିନରୁ | ମୁଁ ତୁରନ୍ତ ଯାଇ ଚୁପ କି ପୁଣି ଇଣ୍ଟରନେଟ ୱାଇ-ଫାଇ ଟିକି ଚଳେଇ ଦେଲି | ଓଃ ଜୁ ଖୁସି | ଲାଇନ ପଳେଇ ଆସିଲା | ରାଇମ ଚାଲିଲାଣି | ଭଗବାନ ସତ :D
ତା ପରେ ବାପା ନାତୁଣୀ ପୁଣି ଲାଗି ଗଲେ | ସେ କହୁ ଥାନ୍ତି ଶୋଇକି ଦେଖେ ହାତ ରେ ଧରନି ହାତ କାଟିବ | ସେ କହୁ ଥାଏ ନାଇଁ | ମୁଁ କହିଲି ହଉ ଆଉ ହବନି | ଜେଜେବାପା - ଜେଜେମା ବି କାର୍ଯ୍ୟ ବ୍ୟସ୍ତ ଥାଇ ଥକି ଯାଇଛନ୍ତି |
ଯାଇ ନେଇ ଆସି କାନ୍ଧ ରେ ପକେଇ ପଚାରିଲି କୋଉ ଗୀତ ଶୁଣିବୁ କାହ, ମୁଁ ଗାଉଛି ତୁ ଶୋ | ସବୁ ଦିନ କୁହେ ଜହ୍ନମାମୁଁ ଗୀତ ଶୁଣିବି | ଆଜି କହିଲା ରାଇମ ର ଗୀତ ଶୁଣିବି | ସେ ଯାହା ହଉ ଟିକେ ଗାଉ ଗାଉ ନିଦ୍ରା ଦେବୀ ଆସି ବିଦ୍ୟମାନ ହେଲେ | ବାପା - ମାଙ୍କ ପାଖେ ଶୁଆଇ ଦେଇ ଆସିଲି | ସମୟ ୧:୪୫ | ଆଜି ଦିନଟି ଜଲ୍ଦି ସରିଲା ;)